ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ,୧୦/୦୪ : ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରଥମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଇଡି ଗିରଫଦାରିକୁ ବୈଧ ଦର୍ଶାଇ ମାମଲାକୁ ଖାରଜ କରିଥିଲେ ହାଇକୋର୍ଟ । କୋର୍ଟ କହିଥିଲେ, ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଦେଖାଇଛି ଇଡି । ଫଳରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରିକୁ ଯଥାର୍ଥ ବୋଲି କହିଥିଲେ ହାଇକୋର୍ଟ । ଏହାପରେ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ହାଇକୋର୍ଟ କେଜ୍ରିୱାଲଙ୍କ ଆବଦେନ ପୂର୍ବରୁ ଦିଲ୍ଲୀ ରାଉସ୍ ଏଭେନ୍ୟୁ କୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଏପ୍ରିଲ ୧୫ ଯାଏଁ ତିହାର ଜେଲରେ ରହିବେ କେଜ୍ରିୱାଲ । ଏହି ସମୟ ଭିତରେ ସପ୍ତାହକୁ ୨ ଥର ଓକିଲଙ୍କୁ ଭେଟି ପାରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହାସହ ନିଜ ପତ୍ନୀ, ପିଲା ଓ କିଛି ଘନିଷ୍ଠ ବନ୍ଧୁଙ୍କୁ ଜେଲରେ ଭେଟିବା ନେଇ ଅନୁମତି ମିଳିଛି ।