ଆଇଏଏସ ଅଫିସର ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର,୮/୦୪: ଆଇଏଏସ ଅଫିସର ବୀର ବିକ୍ରମ ଯାଦବ ହେଇଛନ୍ତି ଶ୍ରୀମନ୍ଦିରର ପ୍ରଶାସନର ମୁଖ୍ୟ ପ୍ରଶାସକ । ରାଜ୍ୟ ସରକାର ତାଙ୍କୁ ବର୍ତ୍ତମାନର ଦାୟିତ୍ୱ ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମଧ୍ୟ ଦାୟିତ୍ୱ ଦେଇଛନ୍ତି । ଏ ସମ୍ପର୍କିତ ନିର୍ଦ୍ଦେଶନାମା ଆଇନ୍ ବିଭାଗ ପକ୍ଷରୁ ଜାରି କରାଯାଇଛି । ତେବେ ୧୯୯୬ ମସିହାର ଏହି ଆଇଏଏସ୍ ଅଫିସର ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱରେ ରହିସାରିଛନ୍ତି । ଆଉ ଏବେ ତାଙ୍କୁ ପୁଣିଥରେ ସେହି ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।