ବ୍ରହ୍ମପୁର ଓ ଖୋର୍ଦ୍ଧା ଏସପିଙ୍କୁ ବଦଳି କଲେ ନିର୍ବାଚନ କମିଶନ

ଭୁବନେଶ୍ୱର,୮/୦୪: ଆଜି ନିର୍ବାଚନ କମିଶନ ବ୍ରହ୍ମପୁର ଓ ଖୋର୍ଦ୍ଧା ଏସପିଙ୍କୁ ବଦଳି କରିଛନ୍ତି । ବ୍ରହ୍ମପୁରର ଏସପି ଭାବେ ଡ଼.ସାର୍ଥକ ଷଡଙ୍ଗୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଖୋର୍ଦ୍ଧା ଏସପି ଭାବେ ଅବିନାଶ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି | ଉଲ୍ଲେଖଯୋଗ୍ୟ ଯେ କିଛିଦିନ ତଳେ ରାଜ୍ୟ ସରକାର ଆଇଏଏସ୍‌ସ୍ତରରେ ଛୋଟଧରଣର ଅଦଳବଦଳ କରିଥିଲେ । ନିର୍ବାଚନ କମିସନ ରାଜ୍ୟର ୨ଜଣ ଆଇଏଏସ୍ ଓ ୬ଜଣ ଆଇପିଏସ ଅଫିସରଙ୍କୁ ନିର୍ବାଚନ କାର୍ଯ୍ୟରୁ ବାଦ୍ ଦେବା ପରେ ରାଜ୍ୟ ସରକାର କଟକ ଜିଲ୍ଲାପାଳ ଭିନିତ ଭରଦ୍ୱାଜଙ୍କୁ ପଂଚାୟତିରାଜ ବିଭାଗର ଅତିରିକ୍ତ ସଚିବ ତଥା ନିର୍ଦ୍ଦେଶକ ଭାବେ ନିିଯୁକ୍ତି କରିଥିଲେ। ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରୀଙ୍କୁ ରାଜ୍ୟ ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଥିଲା ।