ବିଜେଡି ଛାଡିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ

ଭୁବନେଶ୍ୱର,୮/୦୪: ବିଜେଡି ଛାଡିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଗତ ୨୦୧୪ରୁ ୨୦୧୯ ଯାଏଁ ବରଗଡରୁ ବିଜେଡି ସାଂସଦ ଥିଲେ ପ୍ରଭାସ ସିଂ । ତେବେ ୨୦୧୯ରେ ପ୍ରଭାସଙ୍କ ବଦଳରେ ଦଳ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ ଦେଇଥିଲା । ୨୦୧୯ରେ ପ୍ରଭାସ ସହଯୋଗ କରିଥିଲେ ମଧ୍ୟ ପ୍ରସନ୍ନ ପରାଜିତ ହୋଇଥିଲେ । ୨୦୨୪ ନିର୍ବାଚନରେ ମଧ୍ୟ ପ୍ରଭାସ ଟିକେଟ ଆଶାୟୀ ଥିଲେ । କିନ୍ତୁ ଦଳ ପ୍ରଭାସଙ୍କ ବଦଳରେ ପରିଣୀତା ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା । ତେଣୁ ପ୍ରଭାସ ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବା କୁହାଯାଉଛି । ଚଳିତଥର ବିଜେଡିରୁ ପରିଣୀତା ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସଞ୍ଜୟ ଭୋଇ ମୈଦାନକୁ ଓହ୍ଲାଇଛନ୍ତି ।