ରିଲିଜ ହେଲା ବହୁ ପ୍ରତୀକ୍ଷିତ ପୁଷ୍ପା-୨ ଫିଲ୍ମର ଟିଜର

ନୂଆଦିଲ୍ଲୀ,୮/୦୪:ଆଜି ପୁଷ୍ପା-୨ ଫିଲ୍ମର ଟିଜର ରିଲିଜ ହୋଇଛି । ସୁପରଷ୍ଟାର ଅଲୁ ଅର୍ଜ୍ଜୁନଙ୍କ ଜନ୍ମଦିନରେ ଏହି ଫିଲ୍ମର ଟିଜର ରିଲିଜ ହୋଇଥବା ସୂଚନା ରହିଛି । ଏହି ଟିଜରରେ ଅଲ୍ଲୁ ଅର୍ଜୁନଙ୍କୁ ନୂଆ ଲୁକରେ ଦେଖିବାକୁ ମିଳୁଛି । ମୁହଁରେ ରଙ୍ଗ ମାରି ଶାଢୀ ପିନ୍ଧିବା ସହ ଫାଇଟ କରୁଥିବାର ଦେଖିବାକୁ ମିଳୁଛି । ହାତରେ ତ୍ରିଶୁଳ ଧରିଥିବା ବେଳେ ଅନେକ ଲୋକଙ୍କ ଗହଣରେ ପୁଷ୍ପାଙ୍କୁ ଦେଖିବାକୁ ମିଳୁଛି । ବର୍ଷେ ପୂର୍ବରୁ ପୁଷ୍ପା-୨ ଫିଲ୍ମର ପ୍ରଥମ ଝଲକ ଦେଖିବାକୁ ପାଇଥିଲେ ଦର୍ଶକ । ସେତେବେଳେ ୩ ମିନିଟ୍ ୧୪ ସେକେଣ୍ଡର ଭିଡ଼ିଓକୁ ବେଶ ପସନ୍ଦ କରିଥିଲେ ସିନେପ୍ରେମୀ । ଏହି ଭିଡ଼ିଓରେ ପୁଷ୍ପାକୁ ପୋଲିସ ଖୋଜୁଥିବା ବେଳେ ଜଙ୍ଗଲରେ ପୁଷ୍ପା ବୁଲୁଥିବାର ଦେଖିବାକୁ ମିଳିଥିଲା । କରୋନା ପରେ ପରେ ରିଲିଜ ହୋଇଥିବା ପୁଷ୍ପା ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ପାଖାପାଖି ଅଢେଇ ବର୍ଷ ପରେ ପୁଷ୍ପା-୨ ଫିଲ୍ମର ଟିଜର ରିଲିଜ ହୋଇଛି । ରିଲିଜ ହେବାର ୧୭ ମିନିଟ ମଧ୍ୟରେ ଏହି ଟିଜରକୁ ୧୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ସୂଚନାଯୋଗ୍ୟ ଯେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ପୁଷ୍ପା-୨ ଫିଲ୍ମ ରିଲିଜ ହେବ ।