୫ ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ୱର,୭/୦୪: ରାଜ୍ୟରେ ଏବେ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଭୋଟ ହାତେଇବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।ଏହାରିମଧ୍ୟରେ ଆଜି ୫ ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତ କଲା ବିଜେଡି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ଚନ୍ଦ୍ରଶେଖର ସାହୁଙ୍କୁ ଦାୟିତ୍ୱ ମିଳିଥିବାବେଳେ ଭଦ୍ରକ ପାଇଁ ଦେବାଶିଷ ସାମନ୍ତରାୟଙ୍କୁ ଦାୟିତ୍ୱ ମିଳିଛି। ସେହିପରି କେନ୍ଦ୍ରାପଡା ପାଇଁ ପ୍ରତାପ ଜେନା, କଳାହାଣ୍ଡି ପାଇଁ ସୁଜିତ କୁମାର ଓ ପୁରୀ ପାଇଁ ସୁଭାଷ ଖୁଣ୍ଟିଆଙ୍କୁ ସଂଯୋଜକ ଦାୟିତ୍ୱ ମିିଳିଛି ।