ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର,୭/୦୪: ନିର୍ବାଚନୀ ବିଗୁଲ ବାଜିବା ପରେ ସବୁ ରାଜନୈତିକ ଦଳର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାସହ ସବୁ ରାଜନୈତିକ ଦଳରେ ନେତାଙ୍କ ଦଳଡିଆଁ ଚାଲିଛି। ଏହାରିମଧ୍ୟରେ ସବୁଠୁ ବଡ ଖବର ହେଉଛି ବିଜେପି ଛାଡିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ରାଜ୍ୟ ବିଜେପିର ଏବଂ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଲେଖାଶ୍ରୀ ଗତ ୧୦ ବର୍ଷ ଧରି ବିଜେପିରେ ସକ୍ରିୟ ଥିଲେ । ଦଳର ପ୍ରତିଟି କାର୍ଯ୍ୟକୁ ସେ ନିଷ୍ଠାର ସହ ସମ୍ପାଦନ କରିଆସିଛନ୍ତି । ଏତେ ଦିନ ଧରି ଦଳ ପାଇଁ କାମ କରିବା ପରେ ବି ଶୀର୍ଷ ନେତୃତ୍ୱର ବିଶ୍ୱାସଭାଜନ ହୋଇପାରିଲେ ନାହିଁ ।ତେଣୁ ବିଜେପି ଛାଡିବାର ନିଷ୍ପତ୍ତି ନେଇଥିବା କହିଛନ୍ତି ଲେଖାଶ୍ରୀ ।