ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ

ଭୁବନେଶ୍ୱର,୫/୦୪: ସପ୍ତମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ବୈଠକରେ ଫଳାଫଳ ପ୍ରକାଶ ପାଇଛି। ରିଜର୍ଭ ବ୍ୟାଙ୍କ ପୁଣି ଥରେ ରେପୋ ରେଟ୍ କୁ ୬.୫% ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ଫଳରେ ଇଏମଆଇ କ୍ଷେତ୍ରରେ କୌଣସି ଆଶ୍ୱସ୍ତି ମିଳିନାହିଁ । ଦେଶରେ ଲୋକସଭା ନିର୍ବାଚନ ପାଇଁ ବିଗୁଲ୍ ବାଜିବା ପରେ ଏହି ବୈଠକ ହୋଇଛି । ଏଭଳି ସ୍ଥିତିରେ ମଧ୍ୟ ଏଥର ସୁଧହାର ଓ ଆରବିଆଇର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବରୁ ବିଶ୍ଳେଷକମାନେ ଆଶଙ୍କା ପ୍ରକାଶ କରିଥିଲେ। ମୁଦ୍ରାସ୍ଫୀତି ହାର ଏବଂ ଅର୍ଥନୈତିକ କାର୍ୟ୍ୟକଳାପରେ ସ୍ଥିରତାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସୁଧ ହାର ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି।