ସ୍କୁଲ ଫି ହ୍ରାସ ମାମଲାରେ ହାଇକୋର୍ଟଙ୍କୁ ସପ୍ତାହେ ସମୟ ମାଗିଲେ ସରକାର

କଟକ, ୧୯ା୧୦: ହାଇକୋର୍ଟରେ ସ୍କୁଲ ଫି ହ୍ରାସ ମାମଲାରେ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ କୁହାଯାଇଥିଲା । ଏହି ମାମଲାରେ ହାଇକୋର୍ଟଙ୍କୁ ସରକାର ପକ୍ଷ ରଖିବାକୁ ସପ୍ତାହେ ସମୟ ମାଗିଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ଗଣଶିକ୍ଷା ସଚିବ ହାଇକୋର୍ଟଙ୍କୁ ପୂର୍ବରୁ ଏକ ରିପୋର୍ଟ ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ ଆଜି ହାଇକୋର୍ଟରେ ସ୍କୁଲ ଫି ହ୍ରାସ ମାମଲାର ଚୂଡ଼ାନ୍ତ ଶୁଣାଣି ଥିଲା । ବିଭିନ୍ନ ସ୍ତରରେ ଫି ହ୍ରାସ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା । ୭ଟି ସ୍ଲାବରେ ଫି ହ୍ରାସ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବ ରଖାଯାଇଥିବା ନେଇ ସୂଚନା ରହିଛି ।