ବିଜେଡିରେ ଯୋଗ ଦେଲେ ଭୃଗୁ ବକ୍ସିପାତ୍ର ଓ ପ୍ରକାଶ ବେହେରା

ଭୁବନେଶ୍ୱର,୦୩/୦୪: ଶହ ଶହ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି ଭୃଗୁ ବକ୍ସିପାତ୍ର। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଦୁଇ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଆଜି ସକାଳେ ବିଜେପିରୁ ଇସ୍ତଫା ଦେଇଥିଲେ ଭୃଗୁ । ଗତଥର ବ୍ରହ୍ମପୁରରୁ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ଲଢିଥିଲେ ଭୃଗୁ । କିନ୍ତୁ ଚଳିତଥର ବିଜେପି ତାଙ୍କୁ ଟିକେଟ ଦେଇନଥିଲା । ଏପରିକି ବ୍ରହ୍ମପୁର ବିଧାନସଭା ଆସନରୁ ମଧ୍ୟ ଭୃଗୁଙ୍କ ନାଁ ଘୋଷଣା ହୋଇନଥିଲା । ଯାହାକୁ ନେଇ ଭୃଗୁ ବେଶ ଅସନୁଷ୍ଟ ଥିଲେ ବୋଲି ଚର୍ଚ୍ଚା ହେଉଛି ।

ସେହିପରି ଶଙ୍ଖ ଫୁଙ୍କିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା । ବିଜେପିରୁ ଇସ୍ତଫା ଦେବା ପରେ ବୁଧବାର ସେ ବିଜେଡିରେ ସାମିଲ ହେଇଛନ୍ତି । ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ସେ ଶଙ୍ଖ ଫୁଙ୍କିଛନ୍ତି । ବିଜେଡି ସାଂସଦ ମାନସ ମଙ୍ଗରାଜ, ବିଧାୟକ ପ୍ରତାପ ଜେନା, କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ଉପସ୍ଥିତି ପ୍ରକାଶ ବେହେରା ବୁଧବାର ବିଜେଡିରେ ସାମିଲ ହେଇଛନ୍ତି ।