କୁର୍ନୁଲରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଦିଆଯିବ ସହାୟତା ରାଶି

ନୂଆଦିଲ୍ଲୀ, ୧୫/୨: ଆନ୍ଧ୍ରପ୍ରଦେଶର କୁର୍ନୁଲରେ ଘଟିଥିବା ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଦିଆଯିବ। ସେହିପରି ଗୁରୁତର ଆହତକମାନଙ୍କୁ ୫୦ ହଜାର ଲେଖା ଦିଆଯିବ ବୋଲି ସୂଚନା ମିଳିଛି। ଏହି ସହାୟତା ରାଶି ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ଆନ୍ଧ୍ରପ୍ରଦେଶ ସ୍ଥିତ କୁର୍ଣ୍ଣୁଲ ଭେଲଦୁର୍ତି ମଣ୍ଡଲରେ  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା।  ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ।