କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା, ଜାଣନ୍ତୁ କେଉଁଠୁ ଲଢ଼ିବ କିଏ?

ଭୁବନେଶ୍ୱର, ୨/୦୪: ନିର୍ବାଚନ ତାରିଖ ଘୋଷଣା ପରେ ସବୁ ରାଜନୈତିକ ଦଳରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାରିମଧ୍ୟରେ ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ୮ ଲୋକସଭା ଓ ୪୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ବଲାଙ୍ଗୀର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର । ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ନର୍ଲାରୁ ପ୍ରାର୍ଥୀ ହୋଇଥିବା ବେଳେ ଭବାନୀପାଟଣାରୁ ପ୍ରାର୍ଥୀ ହୋଇଛନ୍ତି ସାଗର ଚରଣ ଦାସ । ସେହିଭଳି ସାନଖେମୁଣ୍ଡିରୁ ରମେଶ ଜେନା ପୁଣିଥରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ବିଜୟ ପଟ୍ଟନାୟକଙ୍କୁ ପାରଳାଖେମୁଣ୍ଡିରୁ ପ୍ରାର୍ଥୀ କରିଛି କଂଗ୍ରେସ । ତାରା ବାହିନୀପତିଙ୍କୁ ଜୟପୁର ଆସନରୁ ଦଳ ପ୍ରାର୍ଥୀ କରିଥିବା ବେଳେ ହକି ତାରକା ପ୍ରବୋଧ ତୀର୍କିଙ୍କୁ ତଳସରାରୁ ଦଳ ମୈଦାନକୁ ଓହ୍ଲାଇଛି ।