କଂଗ୍ରେସ ଛାଡିଲେ ବରିଷ୍ଠ ନେତା ଗଣେଶ୍ୱର ବେହେରା

ଭୁବନେଶ୍ୱର,୨/୦୪: ନିର୍ବାଚନ ଯେତିକି ପାଖଉଛି ରାଜ୍ୟ ରାଜନୀତି ସେତେ ସରଗରମ ହେଉଛି । ରାଜ୍ୟରେ ଦଳଡିଆଁ ରାଜନୀତି ଚାଲିଛି । ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି ଅନେକ ନେତା । କିଏ ଟିକେଟ୍ ଆଶାରେ ଅନ୍ୟ ଦଳରେ ସାମିଲ ହେଉଛି ତ ଆଉ କିଏ ଦଳରେ ଅଲୋଡା ହୋଇ ଦଳ ଛାଡୁଛି । ଆଉ ଏହାରି ଭିତରେ ଆଉ ଜଣେ ବରିଷ୍ଠ ନେତା କଂଗ୍ରେସ ଦଳ ଛାଡିଛନ୍ତି । କଂଗ୍ରେସ ଛାଡିଛନ୍ତି ବରିଷ୍ଠ ନେତା ଗଣେଶ୍ୱର ବେହେରା । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପିସିସି ସଭାପତିଙ୍କୁ ଏନେଇ ଇସ୍ତଫାପତ୍ର ପଠାଇଛନ୍ତି । ତେବେ ଗଣେଶ୍ୱର ବେହେରା ଦଳ ଛାଡିବା ପରେ କେଉଁ ଦଳରେ ସାମିଲ ହେବେ ସେନେଇ କୌଣସି ସୂଚନା ଦେଇନାହାନ୍ତି ।