ଆରପାରିରେ ଓଡିଆ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ

ଭୁବନେଶ୍ୱର,୧/୦୪: ଓଡିଆ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଦେହାନ୍ତ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ତେବେ ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ଶେଷରେ ତାଙ୍କର ପରଲୋକ ଘଟିଛି । ଏନେଇ ତାଙ୍କ ସ୍ୱାମୀ ବସନ୍ତ ଛୋଟରାୟ ସୂଚନା ଦେଇଛନ୍ତି । ଓଡିଆ ସଙ୍ଗୀତ ଜଗତରେ ତାଙ୍କର ଅନେକ ଭଜନ ଲୋକଙ୍କ ହୃଦୟକୁ ଛୁଇଁଥିଲା । ହେଲେ ଦୀର୍ଘ ଦିନ ହେଲା ସେ ଗଳା କର୍କଟରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଥିଲେ ।