ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଖସାପଡ଼ା ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଭୁବନେଶ୍ୱର,୧/୦୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବହୁ ନୀତି ନିୟମ ଅନୁଷ୍ଠିତ ହୋଇଥାଏ । ଏହାରିମଧ୍ୟରେ ଆଜି ଚୈତ୍ର-କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହୋଇଥାଏ । ତେଣୁ ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ସଂଧ୍ୟା ୬ଟାରୁ ରାତି ୧୦ଟା ମଧ୍ୟରେ ଏହି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ଦଇତାପତି ସେବକମାନେ ଠାକୁରଙ୍କ ଏହି ସେବା କରିଥାନ୍ତି । ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି ପାଳନ କରାଯାଇଥାଏ । ମହାପ୍ରଭୁଙ୍କ ଏହା ହେଉଛି ଏକ ଗୁପ୍ତ ନୀତି । ବର୍ଷକୁ ଦୁଇରୁ ତିନି ଥର ଏହି ନୀତି ସମ୍ପାଦନ କରାଯାଏ ।