ବିଜେଡିରେ ଯୋଗ ଦେଲେ କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ

ଭୁବନେଶ୍ୱର,୩୧/୦୩: ବିଜେଡିରେ ଯୋଗ ଦେଲେ କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ । ହଜାର ହଜାର ସମର୍ଥକଙ୍କ ଗହଣରେ ଆସି ବିଜେଡିରେ ଯୋଗ ଦେଇଛନ୍ତି ଚିରଞ୍ଜିବୀ । ୨ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି ଚିରଞ୍ଜିବୀ ।ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ ଶନିବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଚିରଞ୍ଜିବୀ ଏହାପୂର୍ବରୁ ତିର୍ତ୍ତୋଲ ଓ ଜଗତସିଂହପୁରରୁ ବିଧାୟକ ରହି ସାରିଛନ୍ତି । ଚିରଞ୍ଜିବୀଙ୍କୁ ଦଳରେ ସାମିଲ କଲେ ମଧ୍ୟ କେଉଁଠୁ ପ୍ରାର୍ଥୀ କରିବେ ତାହାକୁ ନେଇ ସସପେନ୍ସ ଲାଗି ରହିଛି ।