ରାଜ୍ୟରେ ଏବେଠୁ ବଢି ଚାଲିଛି ଗ୍ରୀଷ୍ମର ପ୍ରକୋପ

ଭୁବନେଶ୍ୱର,୩୦/୦୩: ରାଜ୍ୟରେ ଏବେଠୁ ଗ୍ରୀଷ୍ମର ପ୍ରକୋପ ବଢି ଚାଲିଛି। ମାଲକାନଗିରିରେ ଆଜି ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା ବେଳେ ଅନ୍ୟ ଜିଲ୍ଲାରେ ମଧ୍ୟ ସେହିଭଳି ପ୍ରବଳ ଗ୍ରୀଷ୍ମ ଲହରି ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୧ ଡିଗ୍ରୀ ଛୁଇଁଲା ତାପମାତ୍ରା । ମାଲକାନଗିରିରେ ସର୍ବାଧିକ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ । ବୌଦ୍ଧ ଓ ଟିଟିଲାଗଡରେ ୪୦.୫ ଡିଗ୍ରୀ ରେକର୍ଡ । ବଲାଙ୍ଗୀର ୪୦.୨, ନୟାଗଡରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରର ୩୭, କଟକ ୩୭.୬ ଡିଗ୍ରୀ ରେକର୍ଡ ହୋଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।