ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ମହାନ୍ତି ଓ ଆକାଶ ଦାସ ନାୟକ

ଭୁବନେଶ୍ୱର,୩୦/୦୩: ଆକାଶଙ୍କ ପରେ ଏବେ ବିଜେଡି ଛାଡ଼ିଲେ କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି । ଦଳ ଛାଡ଼ିବା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିିିଛନ୍ତି । କାରଣ ସମ୍ପର୍କରେ ନଲେଖି ଇସ୍ତଫା ପତ୍ରକୁ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି  । ୨୦୧୯ରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ଲଢ଼ି ଲୋକସଭାକୁ ମନୋନୀତ ହୋଇଥିଲେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ।

ସେହିପରି ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ଆକାଶ ଦାସନାୟକ । ୨୦୧୪ରୁ ୨୦୧୯ ଯାଏଁ କୋରେଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଆକାଶ । ତେବେ ୨୦୧୯ରେ ଆକାଶଙ୍କ ଟିକେଟ୍ ଦଳ କାଟିବା ପରେ ତାଙ୍କୁ ମନେଇବା ପାଇଁ ମୋ କଲେଜ ଯୋଜନାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିଲେ ନବୀନ ପଟ୍ଟନାୟକ ।