ବଢିଚାଲିଛି ସୁନାର ମୂଲ୍ୟ, ଜାଣନ୍ତୁ ରାଜଧାନୀରେ କେତେ ରହିଛି ମୂଲ୍ୟ?

ଭୁବନେଶ୍ୱର,୨୯/୦୩: ଆକାଶ ଛୁଆଁ ହେଲାଣି ସୁନାର ମୂଲ୍ୟ । ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମର ମୂଲ୍ୟ ୬୯ ହଜାର ୭୫୦ ଟଙ୍କା ହୋଇଛି । ଗୋଟିଏ ସପ୍ତାହରେ ସୁନାଦର ବଢିଛି ଅଢ଼େଇ ହଜାର ଟଙ୍କା । ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ଏବେ ୬୨ ହଜାର ୮୦୦ ଟଙ୍କା ଛୁଇଁଛି । ଗୋଟିଏ ମାସ ଭିତରେ ୨୨ କ୍ୟାରେଟ ସୁନା ଦର ୧୦ଗ୍ରାମ ପିଛା ୭ହଜାର ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ତେବେ କେବଳ ସୁନା ନୁହେଁ, ରୂପା ମୂଲ୍ୟ ମଧ୍ୟ କିଲୋଗ୍ରାମ ପିଛା ୧୫ଶହ ଟଙ୍କା ବୃଦ୍ଧି ହୋଇଛି ।ସୁନାର ଏପରି ମୂଲ୍ୟବୃଦ୍ଧିକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ । ବିଶେଷକରି ଯେଉଁମାନଙ୍କର ବିବାହ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି, ସେମାନେ ଅଧିକ ଚିନ୍ତାରେ ପଡିଛନ୍ତି ।