ବିଜେଡିରୁ ଇସ୍ତଫା ଦେଲେ ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବରୁ ଶିଶା

ଭୁବନେଶ୍ୱର,୨୮/୦୩: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡମ୍ବରୁ ଶିଶା ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ଦଳରେ ଅଣଦେଖା କରାଯାଇଥିବା କହି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଏହି ଇସ୍ତଫା ପତ୍ରରେ ନୂଆ ଯାତ୍ରା ଆରମ୍ଭ ନେଇ ଇସାରା ଦେଇଛନ୍ତି ଡମ୍ବରୁ । ଆଦିମ ଜନଜାତି ତଥା ବଣ୍ଡା ଯୁବ ନେତା ଭାବେ ପରିଚିତ ଡମ୍ବରୁ ୨୦୧୪ ମସିହାରେ ଚିତ୍ରକୋଣ୍ଡାରେ କଂଗ୍ରେସ ଗଡକୁ ଭେଦ କରି ବିଜେଡିକୁ ପ୍ରଥମ ଥର ପାଇଁ ବିଜୟୀ ହୋଇଥିଲେ ।