କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ

ଭୁବନେଶ୍ୱର,୨୮/୦୩: କଂଗ୍ରେସ ଛାଡିଛନ୍ତି ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ । ଏଆଇସିସି ସଭାପତିଙ୍କ ନିକଟକୁ ସେ ନିଜର ଇସ୍ତଫାପତ୍ର ପଠାଇଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ, ବଲାଙ୍ଗିର ଜିଲ୍ଲା ସଭାପତି ଓ ଏଆଇସିସି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୁରେନ୍ଦ୍ର ସିଂ ଭୋଇ । ଦୀର୍ଘ ୩୮ ବର୍ଷ ଧରି ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରେ ରହିଆସିଥିଲେ । ୨୦୦୯ରୁ ୨୦୧୪ ଯାଏଁ ସେ ଟିଟିଲାଗଡ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।  କିଛି ଦିନ ତଳେ ଅଧିରାଜ ପାଣିଗ୍ରାହୀ ଓ ଅଂଶୁମାନ ମହାନ୍ତି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଏବେ ସୁରେନ୍ଦ୍ର ସିଂ ଭୋଇଙ୍କ ଦଳ ଛାଡିବା କଂଗ୍ରେସ ପାଇଁ ଆଉ ଏକ ଝଟକା ହୋଇଛି ।