ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକାରେ କିଏ ଅଛି ସାମିଲ?

ଭୁବନେଶ୍ୱର,୨୭/୦୩: ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି।  ଦ୍ୱିତୀୟ ପର୍ଯ୍ୟାୟରେ ୬ ଜଣଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମୋଟ ବିଜେଡି ୧୫ ଲୋକସଭା ପ୍ରାର୍ଥୀ ଘୋଷଣା କରିଛି ।ତେବେ ଦ୍ୱିତୀୟ ପର୍ଯ୍ୟାୟରେ ପୁରୀରୁ ଅରୂପ ପଟ୍ଟନାୟକ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, କଟକରୁ ସଂତୃପ୍ତ ମିଶ୍ର, ଢେଙ୍କାନାଳରୁ ଅବିନାଶ ସାମଲ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, ଯାଜପୁରରୁ ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରିଛି ବିଜେଡି ।