ବଲାଙ୍ଗୀର ସୋନପୁର ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇ ମୃତ

ଭୁବନେଶ୍ୱର,୨୭/୦୩: ବଲାଙ୍ଗୀର ସୋନପୁର ୫୭ ନମ୍ବର ଜାତୀୟ ରାତପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟୋଲଗେଟ୍ ନିକଟରେ ଅଜଣା ଗାଡି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିନଥିବାବେଳେ ତଦନ୍ତ ଆରମ୍ଭ କରିଛି ପୁଇଁତଳା ପୋଲିସ । ସୂଚନା ଅନୁସାରେ ବାଇକରେ ଦୁଇ ଯୁବକ ଯାଉଥିବାବେଳେ ଫୁଲବାଣୀ- ବଲାଙ୍ଗୀର ବସ୍ ସେମାନଙ୍କୁ ଧକ୍କା ଦେଇଥିଲା । ବସଟି ସେମାନଙ୍କ ଉପରେ ଚଢି ଯାଇଥିବା ଭଳି ଜଣାପଡୁଛି । ପୋଲିସ୍ ବସକୁ ଅଟକ ରଖି ଜେରା କରୁଛି । ଦୁର୍ଘଟଣାଗସ୍ତ ହୋଇଥିବା ବାଇକଟି ସମ୍ବଲପୁରର ନମ୍ବର ରହିଛି ।