ହୋଲି ହେଲା କାଳ, ବିଭିନ୍ନ ସ୍ଥାନରେ ଅଘଟଣ ଘଟି ହୋଇ ମୃତ୍ୟୁ

ଭୁବନେଶ୍ୱର,୨୬/୦୩: ହୋଲି ହେଲା କାଳ । ହୋଲି ଖେଳି ସାରିବା ପରେ ପୋଖାରୀରେ ଗାଧେଇବା ବେଳେ ବୁଡିଗଲେ ନାବାଳକ । ପାରାଦୀପ ଉପକଣ୍ଠ କୁତବୁଲା ଗାଁରେ ଏଭଳି ଘଟଣା ଘଟିଛି । ତାଙ୍କର ଗୋଡ ଖସିଯିବାରୁ ପୋଖରୀର ପାଣି ଭିତରେ ବୁଡିଯାଇଥିଲେ । ଅନେକ ଉଦ୍ୟମ ପରେ ମଧ୍ୟ ପାଖରେ ଥିବା ସାଙ୍ଗସାଥି ଉଦ୍ଧାର କରି ନପାରିବାରୁ ତାଙ୍କର ମୃତ୍ୟୁ ଘଟିଛି ।କଳାହାଣ୍ଡିରେ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ ।

କେସିଙ୍ଗା ଥାନା ପଲମ ଫାଣ୍ଡି ଆଲିମ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ଆଲିମ ଗାଁର ଦୁଇ ଯୁବକ ବଜାରରୁ ପରିବା କିଣି ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲେ । ଗଛରେ ଏତେ ଜୋରରେ ପିଟି ହୋଇଥିଲେ ଯେ ଘଟଣାସ୍ଥଳରେ ହିଁ ଦୁଇ ଯୁବକ ତଳେ ପଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ କେସିଙ୍ଗା ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଖରୀକୁ ଗାଧୋଇବାକୁ ଯିବା ହେଲା କାଳ । ହୋଲିରେ ସୋର ଦହିସଡ଼ା ଗାଁରେ ଅଘଟଣ । ହୋଲି ଖେଳିସାରି ଗାଁ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନାବାଳକ । ତେବେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ନାବାଳକ । ମୃତ ନାବାଳକଙ୍କ ନାଁ ଆୟୁଷ୍ମାନ ପାତ୍ର ବୋଲି ଜଣାପଡ଼ିଛି ।

ସେହିପରି ସାଲେପୁରରେ ହୋଲିରେ ଘଟିଛି ଅଘଟଣ । ଯୁକ୍ତ ୨ରେ ପାଠ ପଢ଼ୁଥିବା ଯୁବକ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି । ସାଲେପୁର ଛାଣିପୁର ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ମୃତ ଯୁବକ ଜଣକ ସାଲେପୁର କଲେଜରେ ଯୁକ୍ତ ଦୁଇରେ ପାଠ ପଢ଼ୁଥିଲେ । ଆଜି ହୋଲି ଖେଳ ସରିବା ପରେ ସେ ଗାଁ ପାଖ ପୋଖରୀକୁ ଗାଧେଇବାକୁ ଯାଇଥିଲେ । ଯେଉଁଠାରେ ତାଙ୍କ ଗୋଡ଼ ଖସି ଯାଇଥିଲେ । ଫଳରେ ପାଣିରେ ବୁଡ଼ିଯାଇ ତାଙ୍କର ମୃତ୍ୟୁ ହୋଇଛି ।