ଅଁଳା ଖାଇବା ଦ୍ୱାରା ମିଳିଥାଏ ଏହି ଫାଇଦା

ଅଁଳା ଖାଇବା ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ ସହିତ କ୍ୟାଲସିୟମ, ମ୍ୟାଗ୍ନେସିୟମ, ପଲିଫେନୋଲ ଓ ଆଇରନ ଭଳି ପୋଷକ ତତ୍ତ୍ଵ ଭରି ରହିଛି। ଛୋଟ ଛୁଆ ଓ ବୟସ୍କଙ୍କ ପାଇଁ ଅଁଳା ଖୁବ ଉପକାରୀ ହୋଇଥାଏ।  ତେବେ ଆସନ୍ତୁ ଜାଣିବା ଅଁଳା ଖାଇଲେ କଣ ସବୁ ଫାଇଦା ମିଳିଥାଏ।

ବଜାରରେ ମିଳୁଥିବା ଅଁଳା କ୍ୟାଣ୍ଡି  ଖାଇଲେ ଲାଭ ଦାୟକ ହୋଇଥାଏ। ଏହା ଘରେ ମଧ୍ୟ ତିଆରି କରି ପାରିବେ। ଏଥିପାଇଁ ପ୍ରଥମେ ଅଁଳାକୁ ସିଝାଇ ଚିନିରେ ପକାଇ ଖରାରେ ଶୁଖାଇ ଦିଅନ୍ତୁ।

ସେହିପରି ଅଁଳା ଚଟଣି ମଧ୍ୟ ଖାଇବା ଶରୀର ପାଇଁ ଭଲ ହୋଇଥାଏ।  ଘରେ ଜିରା, ସୋରିଷତେଲ, ମେଥି ଓ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ଅଁଳା ଆଚାର ମଧ୍ୟ ପ୍ରସ୍ତୁତ କରିପାରିବେ।

ସେହିପରି ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ପ୍ରତିଦିନ ଗୋଟିଏ ଗ୍ଲାସ ପାଣିରେ ଅଁଳା ରସ ଓ ମହୁ ମିଶାଇ ପିଅନ୍ତୁ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ତ୍ୱଚା ମଧ୍ୟ ଉଜ୍ଜ୍ୱଳ ଦେଖାଯାଏ।

ସବୁଦିନିଆ ଖାଦ୍ୟରେ ଅଁଳାକୁ ସାମିଲ କରିବା ପାଇଁ ଅଁଳା ଚାହା ପିଅନ୍ତୁ। ଏହାକୁ ପ୍ରସ୍ତୁତ କରିବା ପାଇଁ ପୁଦିନା ପତ୍ର, ଅଦା ଓ ଅଁଳା ପାଉଡର ପକାଇ ଚାହା ପ୍ରସ୍ତୁତ କରନ୍ତୁ। ଏହି ଚାହାକୁ ଆପଣ ଚାହିଁଲେ ସବୁଦିନ ସକାଳେ ଖାଲିପେଟରେ ପିଇପାରିବେ।