ବିଭିନ୍ନ ଅବିର ରଙ୍ଗରେ ଭିଜୁଛି ସାରା ଦେଶ

ଭୁବନେଶ୍ୱର,୨୬/୦୩: ଆଜି ରଙ୍ଗର ପର୍ବ ହୋଲି । ଆଜିର ଦିନରେ ଜଣେ ଜଣକୁ ରଙ୍ଗ ବୋଳି ଶୁଭେଚ୍ଛା ଜଣାଇଥାନ୍ତି। ଗାଁଠୁ ସହର ସବୁଠି ଚାଲେ ରଙ୍ଗର ଖେଳ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମିବ । ଗାଁକୁ ଗାଁ ବୁଲି ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୁଅନ୍ତି । ରଙ୍ଗ ଓ ରଙ୍ଗ ପିଚକାରୀର ଆଜି ଦିନରେ ଦବଦବା ରହେ । ହୋଲି ଖେଳ ପଛରେ ପୌରାଣିକ ତତ୍ୱ ବି ରହିଛି । ପୌରାଣିକ ତତ୍ତ୍ୱ ଅନୁସାରେ ରାଧା-କୃଷ୍ଣଙ୍କ ସାତ୍ୱିକ ପ୍ରେମର ପ୍ରମାଣ ହେଉଛି ହୋଲି ଖେଳ । ସେହିପରି ଭାଇଚାରାର ସହର କଟକରେ ନାଚ ଗୀତ ସହ ଚାଲିଛି ହୋଲି ଖେଳ । ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହୋଲି ଖେଳ ଚାଲିଛି । ଅନ୍ୟପଟେ ହୋଲି ଖେଳରେ ଯେପରି କିଛି ଅଘଟଣ ନଘଟିବ ସେନେଇ ବ୍ୟାପକ ବ୍ୟବସ୍ଥା ହୋଇଛି ।