ଯବାନଙ୍କ ଗୁଳିରେ ୨ ଜଣ ମାଓବାଦୀ ସଫା, ବିଜାପୁର-ଦନ୍ତେଓ୍ବାଡା ସୀମାରେ ଅପରେସନ ଜାରି

ଭୁବନେଶ୍ୱର,୨୩/୦୩: ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ବିରୋଧରେ ସୁରକ୍ଷାବାହିନୀର ବଡ଼ ଅପରେସନ ଆରମ୍ଭ ହୋଇଯାଇଛି। ସୁରକ୍ଷା ବାହିନୀର ଯବାନମାନେ ଛତିଶଗଡ଼ର ବିଜାପୁର-ଦନ୍ତେଓ୍ବାଡା ସୀମାରେ ଅପରେସନ ଜାରି ରଖିଛନ୍ତି। ଯବାନଙ୍କ ଗୁଳିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଆଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର ହୋଇଛନ୍ତି। ଆହତ ଯବାନଙ୍କୁ ଏୟାରଲିଫ୍ଟ କରି ରାୟପୁର ସ୍ଥାନାନ୍ତରିତ କରାଯାଇଛି।ଅପରେସନରେ ଡିଆରଜି, କୋବରା ଓ ବସ୍ତର ଟାଇଗର୍ସର ଯବାନ ସାମିଲ ଅଛନ୍ତି। ସୁକୁମା, ବିଡାପୁର ଓ ଦନ୍ତେଓ୍ବାଡା ଏସପିଙ୍କ ନେତୃତ୍ବରେ ଅପରେସନ ଚାଲିଛି।