ରାଜ୍ୟରେ ଆଗକୁ ଅସହ୍ୟ କରିବ ତାତି, ବଢିବ ତାପମାତ୍ରା

ଭୁବନେଶ୍ୱର,୨୩/୦୩: ଆଗକୁ ଆହୁରି ବଢ଼ିବ ତାତି । ଗତକାଲି ମାଲକାନଗିରିରେ ତାପମାତ୍ରା ୩୭ଡିଗ୍ରୀ ଛୁଇଁଥିବା ବେଳେ ଟିଟିଲାଗଡ଼, ପାଟଣାଗଡ଼, ବୌଦ୍ଧ ଓ ବଲାଙ୍ଗୀରରେ ତାତି ୩୫ଡିଗ୍ରୀ ଉପରେ ରହିଛି । ଆଗକୁ ୩ରୁ ୫ଡିଗ୍ରୀ ତାତି ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ କେବଳ ଦିନ ନୁହେଁ ରାତି ତାପମାତ୍ରା ବି ୨ରୁ ୩ଡିଗ୍ରୀ ବଢ଼ିବ ବୋଲି ଆକଳନ କରାଯାଇଛି । ଆଜି ଟିଟିଲାଗଡ଼ ଓ ମାଲକାନଗିରିରେ ତାପମାତ୍ରା ୩୮ଡିଗ୍ରୀ ଛୁଇଁପାରେ । ୨୪ରେ ଅଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୩୬ରୁ ୩୭ଡିଗ୍ରୀ ରହିପାରେ । ୨୫ରେ ମାଲକାନଗିରି ଓ ଟିଟିଲାଗଡ଼ର ତାପାମତ୍ରା ୩୯ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।