ଚେନ୍ନାଇ ସୁପର କିଙ୍ଗସ୍ର ଅଧିନାୟକ ହେଲେ ଋତୁରାଜ ଗାଏକ୍ୱାଡ

ଭୁବନେଶ୍ୱର,୨୧/୦୩: ମହେନ୍ଦ୍ର ସିଂ ଧୋନୀ ଏଥର ନିଜ କ୍ୟାରୟରକୁ ନେଇ ବଡ ଘୋଷଣା କରିଛନ୍ତି । ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ର ଅଧିନାୟକ ପଦ ଛାଡିଛନ୍ତି ଧୋନୀ । କିନ୍ତୁ ୪୨ ବର୍ଷୀୟ ମାହି ଏଥର ଚେନ୍ନାଇର ନେତୃତ୍ୱ ଭାର ଯୁବ କ୍ରିକେଟର ଋତୁରାଜ ଗାଏକ୍ୱାଡଙ୍କୁ ପ୍ରଦାନ କରିଛନ୍ତି । ଆଉ ଅଧିନାୟକ ଭାବେ ଧୋନୀଙ୍କ ସ୍ୱର୍ଣ୍ଣିମ ଯୁଗ ଶେଷ ହୋଇଛି ।

ଶୁକ୍ରବାର ଠାରୁ ଆଇପିଏଲର ୧୭ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଆଉ ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ୍ ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମଧ୍ୟରେ ରହଛି । ଏହା ପୂର୍ବରୁ ଗାଏକ୍ୱାଡଙ୍କୁ ଚେନ୍ନାଇ ତା’ର ନୂଆ ଅଧିନାୟକ ଘୋଷଣା କରିଛି । ଧୋନୀଙ୍କ ପରେ ଚେନ୍ନାଇର ଅଧିନାୟକ ପଦ ରବୀନ୍ଦ୍ର ଜେଡେଜାଙ୍କୁ ମିଳିବ ବୋଲି କୁହାଯାଉଥିଲା । କିନ୍ତୁ ଦଳ ଯୁବ ଅଲରାଉଣ୍ଡର ଗାଇକ୍ୱାଡଙ୍କୁ ଏହି ଦାୟୀତ୍ୱ ଦେଇଛି ।