ଦିଲ୍ଲୀରେ ଭୁଶୁଡିଲା କୋଠା, ୨ ଶ୍ରମିକ ମୃତ

ନୂଆଦିଲ୍ଲୀ,୨୧/୦୩ : ରାଜଧାନୀ ଦିଲ୍ଲୀରେ ବଡ଼ ଦୁର୍ଘଟଣା ଘଟିଛି। କବିର ନଗରରେ ଏକ ଦୁଇ ମହଲା ବିଶିଷ୍ଟ ନିର୍ମାଣଧିନ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏଥିସହ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ରାତି ପ୍ରାୟ ୨ଟା ୧୫ରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଘଟଣା ଜଣାପଡ଼ିବା ପରେ ପୋଲିସ ଓ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣାର ଯାଞ୍ଚ ଚାଲିଥିବା ବେଳେ ଘର ମାଲିକଙ୍କ ନାମ ସାଜିଦ ହୋଇଥିବା ଜଣାପଡ଼ିଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।