ରବିବାର ଦିନ ସମସ୍ତ ବ୍ୟାଙ୍କ ଖୋଲା ରଖିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦/୦୩: ମାର୍ଚ୍ଚ ୩୧ ରବିବାର ଦିନ ସମସ୍ତ ବ୍ୟାଙ୍କ ଖୋଲା ରଖିବାକୁ ବ୍ୟାଙ୍କଗୁଡିକୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି । ଏନେଇ ରିଜର୍ଭ ବ୍ୟାଙ୍କ ତରଫରୁ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସୂଚନା ଦିଆଯାଇଛି ।ରିଜର୍ଭ ବ୍ୟାଙ୍କ କହିଛନ୍ତି କି, ମାର୍ଚ୍ଚ ୩୧ ଚଳିତ ଆର୍ଥିକ ବର୍ଷର ଶେଷ ଦିନ ହୋଇଥିଲେ ସୁଦ୍ଧା ବ୍ୟାଙ୍କ ଖୋଲା ରହିବ । ୨୦୨୩-୨୪ ଆର୍ଥିକ ବର୍ଷର ଶେଷ ଦିନରେ ହୋଇଥିବା ସମସ୍ତ ଦେଣନେଣ ଚଳିତ ବର୍ଷ ହିସାବରେ ଯିବ । ଏହାସହ ମାର୍ଚ୍ଚ ୩୧ ତାରିଖରେ ବ୍ୟାଙ୍କ ଗୁଡିକ ନିର୍ଦ୍ଧାରିତ ସମୟରେ ଖୋଲିବ ଓ ନିର୍ଦ୍ଧାରିତ ସମୟରେ ବନ୍ଦ ହେବ । ଶନିବାର ଦିନ ମଧ୍ୟ ବ୍ୟାଙ୍କ ଖୋଲା ରହିବ । ଏହା ବ୍ୟତୀତ ଏନଇଏଫଟି, ଆରଟିଜିଏସ ମାଧ୍ୟମରେ ହେଉଥିବା କାରବାର ରାତି ୧୨ଟା ଯାଏଁ ଚାଲିବ । କେବଳ ବ୍ୟାଙ୍କ ନୁହେଁ ରବିବାର ଦିନ ଆୟକର ବିଭାଗର ସମସ୍ତ କାର୍ଯ୍ୟାଳୟ ମଧ୍ୟ ଖୋଲା ରହିବ । ରିଜର୍ଭ ବ୍ୟାଙ୍କ ତରଫରୁ ଗୁଡ ଫ୍ରାଇଡେ, ଶନିବାର ଓ ରବିବାର ୩ଟି ଛୁଟି ବାତିଲ କରାଯାଇଛି।