ବିଜେଡିରେ ସାମିଲ ହେଲେ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ୱର,୨୦/୦୩:  ଶେଷରେ ବିଜେଡିରେ ସାମିଲ ହୋଇଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ । ବିଜେଡି-ବିଜେପି ମେଂଟ ଚର୍ଚ୍ଚା ଭିତରେ ଫାଇଦା ନେବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ । ହେଲେ, ଜଣଙ୍କ ପରେ ଜଣେ ଟାଣୁଆ ନେତା ଦଳ ଛାଡିବା କଂଗ୍ରେସ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରୁଛି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଂଗରାଜ, ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଉପସ୍ଥିତିରେ ଅଧିରାଜ ଦଳରେ ସାମିଲ ହୋଇଛନ୍ତି । ତାଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ଖଡିଆଳ, ବୋଡେନ ଓ ସିନାପାଲି ବ୍ଲକର ଅଧ୍ୟକ୍ଷଙ୍କ ସମେତ ୪୦ ଜଣ ସରପଂଚ ଓ ୩୪ ଜଣ ସମିତି ସଭ୍ୟ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିରେ ଯୋଗ ଦେବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଏବଂ ତାଙ୍କ ସମର୍ଥକମାନେ ବିଜେଡିରେ ମିଶିଥିବା କହିଛନ୍ତି ଅଧିରାଜ ପାଣିଗ୍ରାହୀ ।