ଆଜି ମଧ୍ୟରାତ୍ରିରୁ ଗାଡ଼ିରେ ଫାସ୍‌ଟ୍ୟାଗ୍‌ ଲଗାଇବା ବାଧ୍ୟତାମୂଳକ

ଭୁବନେଶ୍ୱର, ୧୫/୨: ଆଜି ମଧ୍ୟରାତ୍ରିରୁ ଗାଡ଼ିରେ ଫାସ୍‌ଟ୍ୟାଗ୍‌ ଲଗାଇବା ବାଧ୍ୟତାମୂଳକ କରାଯିବ। ଯଦି ଗାଡ଼ିରେ ଫାସ୍‌ଟ୍ୟାଗ୍‌ ନଥିବ ତେବେ NHରେ ଡବଲ ଟୋଲ୍‌ ଫି ଗଣିବେ ଗାଡ଼ି ଚାଳକ । ଚାରି ବା ଅଧିକ ଚକ ବିଶିଷ୍ଟ ଯାତ୍ରୀବାହୀ ଓ ମାଲବାହୀ ଯାନ ପାଇଁ ଲାଗୁ ହେବ ଏହି ନିୟମ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି ଯେ ଆଉ କେବେ ବି ଫାସ୍‌ଟ୍ୟାଗ୍‌ କୋହଳ ସୀମା ବଢିବନି।