ଶେଷରେ ଦୂର ହେଲା ଦ୍ୱନ୍ଦ୍ୱ, ବିହାର ଏନଡିଏରେ ହେଲା ସିଟ୍ ଭାଗବଣ୍ଟା

ଭୁବନେଶ୍ୱର,୧୮/୦୩: ଶେଷରେ ଦୂର ହେଲା ଦ୍ବନ୍ଦ୍ୱ। ଲୋକସଭା ନିର୍ବାଚନ ପାଇଁ ବିହାରରେ ଛିଡିଲା ସିଟ୍ ଭାଗବଣ୍ଟା । ମୋଟ ୪୦ଟି ଆସନ ମଧ୍ୟରୁ ବିଜେପି ସେଠାରେ ୧୭ଟି ଆସନରେ ଲଢିବାକୁ ନିଷ୍ପତ୍ତି ହୋଇଛି । ଏଥିସହିତ ବିହାର ବିଜେପିର ପ୍ରଭାରୀ ବିନୋଦ ତାୱଡେ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ, ବିହାରରେ ଏଥର ବିଜେପି ମୋଟ ୧୭ଟି ଲୋକସଭା ଆସନରେ ନିଜର ପ୍ରାର୍ଥୀ ଦେବ । ସେହିପରି ଜେଡିୟୁ ୧୬ଟି ଆସନରେ ଲୋକସଭା ନିର୍ବାଚନ ଲଢିବ । ତା ସହ ଚିରାଗ ପାସୱାନଙ୍କ ଦଳ ୫ଟି, ଜିତନ ରାମ ମାଞ୍ଝୀଙ୍କ ହାମ ଓ ଉପେନ୍ଦ୍ର କୁଶବାହାଙ୍କ ଦଳ ଗୋଟିଏ ଲେଖାଏଁ ଆସନରେ ନିଜର ପ୍ରାର୍ଥୀ ଦେବେ ।