ଆଜିଠାରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ମୂଲ୍ୟାୟନ

ଭୁବନେଶ୍ୱର,୧୫/୦୩: ଆଜିଠାରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ମୂଲ୍ୟାୟନ । ମାଟ୍ରିକ୍ ସହ ମଧ୍ୟମା ଓ ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଖାତା ଦେଖା ମଧ୍ୟ ଆରମ୍ଭ ହେବ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପୂରା ପ୍ରସ୍ତୁତି କରାଯାଇଛି । ମୋଟ ୫୫ଟି କେନ୍ଦ୍ରରେ ଖାତା ଦେଖା ହେବ । ଯେଉଁଥିରେ ନିୟୋଜିତ ହେବେ ୧୫ହଜାରରୁ ଅଧିକ ଶିକ୍ଷକ । ଖାତା ଦେଖା ପାଇଁ ବୋର୍ଡ ପକ୍ଷରୁ ମୁଖ୍ୟ ପରୀକ୍ଷକ, ଡେପୁଟି ମୁଖ୍ୟ ପରୀକ୍ଷକ ଓ ପରୀକ୍ଷକମାନଙ୍କ ପ୍ରଶିକ୍ଷଣ କରାଯାଇଛି । ଖାତା ଦେଖା ଲାଗି ମୂଲ୍ୟାୟନ କେନ୍ଦ୍ରରେ ସର୍ବନିମ୍ନ ୯ଟି ୟୁନିଟ୍ ଏବଂ ସର୍ବାଧିକ ୧୩ଟି ୟୁନିଟ୍ ରହିଛି । ସୂଚନା ଅନୁସାରେ, ଗତ ଫେବୃଆରୀ ୨୦ ତାରିଖରୁ ମାଟ୍ରିକ୍ ଆରମ୍ଭ ହୋଇଥିବା ବେଳେ ୪ ତାରିଖରେ ଶେଷ ହୋଇଥିଲା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ମୋଟ ୫ଲକ୍ଷ ୫୧ହଜାର ୬୧୧ ଜଣ ଛାତ୍ରଛାତ୍ରୀ ନାମ ପଂଜୀକରଣ କରିଛନ୍ତି ।