ଜ୍ଞାନେଶ କୁମାରଙ୍କ ସହିତ ସୁଖବୀର ସିଂହ ସାନ୍ଧୁ ହେଲେ ଦେଶର ଦୁଇ ନୂଆ ନିର୍ବାଚନ କମିସନର

ନୂଆଦିଲ୍ଲୀ,୧୪/୦୩: ଦେଶକୁ ମିଳିଲା ଦୁଇ ନୂଆ ନିର୍ବାଚନ କମିସନର । ଜ୍ଞାନେଶ କୁମାରଙ୍କ ସହିତ ସୁଖବୀର ସିଂହ ସାନ୍ଧୁ ହେଲେ ଦେଶର ଦୁଇ ନୂଆ ନିର୍ବାଚନ କମିସନର । ଏହି ନିଯୁକ୍ତି ଉପରେ ନିଜର ମୋହର ଲଗାଇ ଦେଇଛି । ତେବେ ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କିନ୍ତୁ ଏହି ନିଯୁକ୍ତ ପ୍ରକ୍ରିୟା ଉପରେ ନିଜର ଅସହମତି ଦେଖାଇଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିର୍ବାଚନ କମିସନରଙ୍କ ଚୟନ ପାଇଁ ଗଠିତ ସମିତିର ବୈଠକ ବସିଥିଲା । ଏଥିରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ । ତାଙ୍କ ସହିତ ଲୋକସଭାରେ ବିରୋଧୀ ଦଳ ନେତା ମଧ୍ୟ ଏହି ସମିତିର ସଦସ୍ୟ ଭାବେ ବୈଠକରେ ଉପସ୍ଥିତ ଥିଲେ । ଆଉ ନିର୍ବାଚନ କମିସନରଙ୍କ ନିଯୁକ୍ତିକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ସୂଚନାଯୋଗ୍ୟ ଯେ, ଜ୍ଞାନେଶ କୁମାର ହେଲେ କେରଳ କ୍ୟାଡରର ବରିଷ୍ଠ ଅଧିକାରୀ । ସେହିପରି ସୁଖବିନ୍ଦର ହେଉଛନ୍ତି ପଞ୍ଜାବ କ୍ୟାଡରର ଅଧିକାରୀ । ଅରୁଣ ଗୋୟଲ ନିର୍ବାଚନ କମିସନର ପଦରୁ ଇସ୍ତଫା ଦେବା ପରେ ୨ଟି ନିର୍ବାଚନ କମିସନର ପଦ ଖାଲି ପଡିଥିଲା ।