ବିଜେପି ଘୋଷଣା କରିଛି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଏଥର ବି ନାହିଁ ଓଡ଼ିଶାର ନାଁ

ନୂଆଦିଲ୍ଲୀ,୧୩/୦୩: ବିଜେପି ଘୋଷଣା କରିଛି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୭୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । କର୍ଣ୍ଣାଟକ ମହାରାଷ୍ଟ୍ରରୁ ୨୦ ଜଣ ଲେଖାଏଁ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ବିଜେପି । ସେହିପରି ମଧ୍ୟପ୍ରେଦଶରୁ ୫, ତେଲେଙ୍ଗାନାରୁ ୬, ହରିୟାଣାର ୬,  ଗୁଜରାଟରୁ ୭, ଦିଲ୍ଲୀରୁ ୨, ହିମାଚଳରୁ ୨ ଜଣଙ୍କୁ ଟିକେଟ ମିଳିଛି । ଉତ୍ତରାଖଣ୍ଡରୁ ୨, ତ୍ରିପୁରାରୁ ଜଣେ ଜାମନଡ୍ୟୁରୁ ଜଣେ ନେତାଙ୍କୁ ମିଳିଛି ଟିକେଟ ।ନାଗପୁରରୁ ନିର୍ବାଚନ ଲଢିବେ ନୀତିଶ ଗଡକରୀ, କର୍ଣ୍ଣାଲରୁ ନିର୍ବାଚନ ଲଢିବେ ମନୋହର ଲାଲ ଖଟ୍ଟର । ଉତ୍ତର ମୁମ୍ବାଇରୁ ପିୟୁଷ ଗୋଏଲ, ପଙ୍କଜା ମୁଣ୍ଡେ ବିଡରୁ, ବାସଭରାଜ ବୋମାଇ ହାଭେରୀରୁ ପ୍ରାର୍ଥୀ ହୋଇଛନ୍ତି ।ସେହିପରି ସବୁଠାରୁ ବଡ କଥା ହେଉଛି ବିଜେପି ପ୍ରାର୍ଥୀ ତାଲିକାରେ ନାହିଁ ଓଡିଶାର ନାଁ ।