ହରିୟାଣା ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂ ସୈନୀ

ନୂଆଦିଲ୍ଲୀ,୧୨/୦୩: ହରିୟାଣା ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂ ସୈନୀ । ତାଙ୍କ ସହ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଶପଥ ନେଇଛନ୍ତି । ତାଙ୍କୁ ପଦ ଓ ଗୌପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ଶପଥ ସମାରୋହରେ ସାମିଲ ଥିଲେ ହରିୟାଣାର ବିଦାୟୀ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ।

ସୂଚନାଯୋଗ୍ୟ ଯେ ତେବେ ହଠାତ୍ ହରିୟାଣା ରାଜନୀତିରେ ବଡ଼ ହଲଚଲ ଦେଖିବାକୁ ମିଳିଛି । ଭାଙ୍ଗିଛି ବିଜେପି-ଜେଜେପି ମେଣ୍ଟ ସରକାର । ସେପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମନହୋରଲାଲ ଖଟ୍ଟର । ରାଜ୍ୟପାଳଙ୍କୁ ଭେଟି ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଲୋକସଭାରେ ଗୋଟିଏ କିମ୍ବା ଦୁଇଟି ଆସନରେ ଲଢିବାକୁ ଚାହୁଁଥିଲା ଜେଜେପି । ହେଲେ ବିଜେପି ସମସ୍ତ ୧୦ଟି ଆସନରେ ଲଢିବାକୁ ଚାହୁଁଥିବା କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛନ୍ତି । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏବଂ ଶେଷରେ ବିଜେପି ସହ ମେଣ୍ଟରୁ ଓହରି ଯାଇଛି ଜେଜେପି ।ଏହାରି ମଧ୍ୟରେ ମନୋହର ଲାଲ ଖଟ୍ଟର ଲୋକସଭା ଆସନରୁ ଲଢି ପାରନ୍ତି ବୋଲି ଚର୍ଚ୍ଚା ବି ହେଉଛି ।