କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ହାତୀର ମୃତ୍ୟୁ

ଭୁବନେଶ୍ୱର, ୧୪/୨: କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ହାତୀଟି ସେପ୍ଟିସେମିଆରେ ଆକ୍ରାନ୍ତ ହୋଇ ମରିଥିବା ସୂଚନା ମିିଳିଛି। ଗତ ୧୪ ଦିନରେ ଅଭୟାରଣ୍ୟରେ  ୬ଟି ହାତୀ ମରିସାରିିିଲେଣି।ଉଲ୍ଲେଖ ଯୋଗ୍ୟ ଯେ ଗତକାଲି ମଧ୍ୟ ଏକ ହାତୀର ମରୁ ହୋଇଥିଲା।  ପ୍ରାଣ ହରାଇଥିବା ହାତୀର ବୟସ ୩ ସପ୍ତାହ ହୋଇଥିବା ସୂଚନା ରହିଛି।