ଆସନ୍ତା ୧୨ରୁ ତାତି ୪ରୁ ୬ ଡିଗ୍ରୀ ବଢିବା ସମ୍ଭାବନା

ଭୁବନେଶ୍ୱର,୧୦/୦୩: ରାଜ୍ୟରେ ଆସନ୍ତା ୧୨ ତାରିଖରୁ ତାତି ୪ରୁ ୬ ଡିଗ୍ରୀ ବଢିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ୪୦ ଡିଗ୍ରୀ ଛୁଇଁପାରେ ପାରଦ । ଖାଲି ଦିନ ନୁହେଁ ରାତି ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ବଢିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ପଶ୍ଚିମରୁ ଶୁଷ୍କ ବାୟୁ ପ୍ରବାହିତ ହେବାର ଥିବାରୁ ୧୪ ତାରିଖରୁ ରାଜ୍ୟ ତାପମାତ୍ରା ବଢିବାରେ ଲାଗିବ ।