ବିଜେଡିରୁ ଇସ୍ତଫା ଦେଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା

ଭୁବନେଶ୍ୱର,୦୮/୦୩:ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା। ବାଲେଶ୍ୱର ସହର ଉପକଣ୍ଠ ସରସ୍ୱତୀପୁର ସ୍ଥିତ ହେରିଟେଜ କଲ୍ୟାଣମଣ୍ଡପରେ ସାମ୍ବାଦିକ ସମ୍ମିଳନୀ ଡକାଇ ସେ ଏହି ସୂଚନା ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ  ତାଙ୍କୁ ଦଳରେ ଅଣଦେଖା କରାଯାଇଥିଲା। କିଛି କୁଚକ୍ରି ଗୋଷ୍ଠୀଙ୍କ କଥାରେ ପରିଚାଳିତ ହୋଇ ଦଳର ଶୀର୍ଷ ନେତୃତ୍ୱ ତାଙ୍କୁ ଆଗଭଳି ଆଉ ଗୁରୁତ୍ୱ ଦେଇନଥିଲେ। ଏହାଛଡ଼ା ମୁଖ୍ୟମନ୍ତ୍ରୀଙ୍କୁ ଆଉ ଆଗଭଳି ଭେଟି ହେଉନାହିଁ। ଏବେ ବିଜେପିର ଟିମ୍‌-ବି ହୋଇଯାଇଛି ବିଜେଡି। ଏହି ସବୁ କାରଣ ପାଇଁ ସେ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରେମୁଣାବାସୀଙ୍କ ସେବା ପାଇଁ ଖୁବଶୀଘ୍ର ଧର୍ମନିରପେକ୍ଷତାରେ ବିଶ୍ୱାସ ରଖିଥିବା ଏକ ଜାତୀୟ ଦଳରେ ସେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି।