ଅମୃତଭଣ୍ଡା ଖାଇଲେ କେଉଁ ସବୁ ଫାଇଦା ମିଳେ ଜାଣନ୍ତୁ

କେତେ ଜଣକୁ ଅମୃତଭଣ୍ଡା ଖାଇବାକୁ ଭଲ ଲାଗୁଥିଲା ବେଳେ ଅନ୍ୟ କେତେ ଜଣଙ୍କୁ ଖାଇବାକୁ ପସନ୍ଦ ଆସିନଥାଏ । ଏହା ଖାଇବାକୁ ପାଟିକୁ ସ୍ୱାଦିଷ୍ଟ ଲାଗୁନଥିଲେ ମଧ୍ୟ ଏଥିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏହା ପାଚନ ତନ୍ତ୍ରକୁ ମଜବୁତ୍‌ ରଖିବା ସହ ଓଜନ କମାଇବା ପାଇଁ ସାହାଯ୍ୟ କରିଥାଏ। ପାଚିଲା ଅମୃତଭଣ୍ଡାକୁ ଆପଣ ଜୁସ୍‌ କରି ପିଇପାରିବେ ନଚେତ କାଟିକି ମଧ୍ୟ ଖାଇପାରିବେ । ସେହିପରି କଞ୍ଚା ଅମୃତଭଣ୍ଡାରେ ତରକାରୀ କରି ମଧ୍ୟ ଖାଇପାରିବେ। ତେବେ ଆସନ୍ତୁ ଜାଣିବା ଅମୃତଭଣ୍ଡା ଖାଇଲେ ଶରୀରକୁ କେଉଁସବୁ ଫାଇଦା ମିଳିଥାଏ।

ଅମୃତଭଣ୍ଡା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର ହୋଇଥାଏ । ପ୍ରତିଦିନ ଅମୃତଭଣ୍ଡା ଖାଇଲେ ପେଟ ସଫା ରହିବା ସହ ଆଖି ରେ ଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଆହୁରି ମଧ୍ୟ ଅମୃତଭଣ୍ଡା ଶରୀରରେ ଜଳୀୟଅଂଶକୁ ଠିକ୍‌ ରଖିଥାଏ। କହିବାକୁ ଗଲେ ୧୦୦ ଗ୍ରାମ ଅମୃତଭଣ୍ଡା ଖାଇଲେ ଆପଣଙ୍କ ଶରୀରକୁ ୪୩ ଗ୍ରାମ୍‌ କ୍ୟାଲୋରୀ ମିଳିଥାଏ।

ଅମୃତଭଣ୍ଡାରେ ଫାଇବର୍‌, ପୋଟାସିୟମ୍‌, ଭିଟାମିନ୍‌ ଭରପୁର ରହିଛି ତେଣୁ ଏହାକୁ ଖାଇବା ଦ୍ୱାରା ହାର୍ଟ ଜନିତ ସମସ୍ୟା ଦୂର ହୋଇଥାଏ। ଏଥିପାଇଁ ହାର୍ଟରୋଗୀଙ୍କୁ ଅମୃତଭଣ୍ଡା ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥା’ନ୍ତି।

ଅମୃତଭଣ୍ଡାରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ କମ୍‌ କରିଥାଏ। ତେଣୁ ବୟସ୍କ ବ୍ୟକ୍ତି ପ୍ରତିଦିନ ଅମୃତଭଣ୍ଡା ଖାଇବା ନିହାତି ଜରୁରୀ ହୋଇଥାଏ ।

ଯେଉଁ ବ୍ୟକ୍ତିଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି, ସେମାନେ ଅମୃତଭଣ୍ଡା ନିଶ୍ଚିନ୍ତ ଖାଆନ୍ତୁ। ଏଥିରେ ଥିବା ପୋଟାସିୟମ୍‌ ରକ୍ତଚାପକୁ ଠିକ୍‌ ରଖିବା ପାଇଁ ସାହାଯ୍ୟ କରିଥାଏ।