କମିଲା ଘରୋଇ ଏଲପିଜି ରନ୍ଧନ ଗ୍ୟାସ ଦର

ଭୁବନେଶ୍ୱର,୮/୦୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ମହିଳାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। କମିଲା ଘରୋଇ ଏଲପିଜି ରନ୍ଧନ ଗ୍ୟାସ ଦର ।ଏକ୍ସରେ ପୋଷ୍ଟ କରିବା ସମୟରେ ନିଜେ ପିଏମ ମୋଦି ଏନେଇ ସୂଚନା ଦେଇଛନ୍ତି । ଆଜି ମହିଳା ଦିବସ ଅବସରରେ ସରକାର ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ମହିଳାଙ୍କ ଜୀବନ ସହଜ ହେବା ସହ କୋଟି କୋଟି ପରିବାରର ଆର୍ଥିକ ବୋଝ ମଧ୍ୟ ହ୍ରାସ ପାଇବ । ଏହି ପଦକ୍ଷେପ ପରିବେଶ ସୁରକ୍ଷାରେ ମଧ୍ୟ ସହାୟକ ହେବ, ଯାହା କି ପୂରା ପରିବାରର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିବ ବୋଲି ମୋଦୀ ଟ୍ୱିଟ୍ କରିଛନ୍ତି ।