ବିଜେଡିରେ ସାମିଲ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଲେ ଅରବିନ୍ଦ

ଭୁବନେଶ୍ୱର,୦୭/୦୩: ବିଜେଡିରେ ସାମିଲ ହେବା ପରେ ନବୀନ ନିବାସରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଶୀବାଦ ନେଇଛନ୍ତି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ କରିବା ସହ ଶୁଭକାମନା ଜଣାଇଛନ୍ତି । ଏଥିସହ ପୁଅ ମାଧ୍ୟମରେ ବିଜୟଙ୍କୁ ମଧ୍ୟ ଶୁଭେଛା ଜଣାଇଛନ୍ତି ନବୀନ । ନବୀନ ନିବାସରେ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିିତିରେ, ଅରବିନ୍ଦ ଓ ତାଙ୍କର ସମର୍ଥକମାନେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ସାମିଲ ହେବା ପରେ, ବିଜେଡି ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳୀୟ ନେତାଙ୍କ ସହ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପାଟକୁରା ଓ କେନ୍ଦ୍ରାପଡ଼ାର ବିକାଶ ପାଇଁ ଯାହା ଦାୟିତ୍ୱ ମିଳିବ ସଠିକ ଭାବେ ତୁଲାଇବେ ବୋଲି ସେ କହିଛନ୍ତି  ।