ରାଜଧାନୀରେ ଆକାଶ ମେଘାଚ୍ଛନ୍ନ ସହ ହାଲୁକା ବର୍ଷା ଜାରି

ଭୁବନେଶ୍ୱର,୦୭/୦୩: ରାଜ୍ୟରେ କିଛି ଦିନ ହେବ ପ୍ରବଳ ଖରା ସାଙ୍ଗକୁ ତାତି ବଢ଼ିବାରେ ଲାଗିଥିଲା। ଆଉ ଏହାରିମଧ୍ୟରେ  ଅଦିନିଆ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି । ଭୁବନେଶ୍ୱରର କେତେକ ସ୍ଥାନରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ବିଜୁଳି ଘଡଘଡି ସହ ବର୍ଷା ହୋଇଛି । ଆଉ କେତେକ ସ୍ଥାନରେ ବର୍ଷା ହୋଇନଥିଲେ ବି ଆକାଶ ମେଘାଚ୍ଛନ୍ନ ଥିବା ଦେଖିବାକୁ ମିଳିଛି ।କମ୍ ଦିନର ଶୀତ ପରେ ଗରମ ଧିରେ ଧିରେ ବଢିବାକୁ ଲାଗିଥିଲା । ଆଉ ଏହାରି ଭିତରେ ଅଦିନିଆ ବର୍ଷା ତାତିରୁ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି । ବର୍ଷା କାରଣରୁ ତାପମାତ୍ରା ସାମାନ୍ୟ ତଳକୁ ଖସିଛି ।