ବିଜେପିରେ ମିଶିଲେ ନାଲକୋର ସିଏମଡି ଡକ୍ଟର ତପନ ଚାନ୍ଦ

ଭୁବନେଶ୍ୱର,୦୬/୦୩: ବିଜେପିରେ ମିଶିଲେ ଶିଳ୍ପ ବିଶେଷଜ୍ଞ ତଥା ନାଲକୋର ସିଏମଡି ଡକ୍ଟର ତପନ ଚାନ୍ଦ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ।  ଡକ୍ଟର ଚାନ୍ଦ ଛାତ୍ର ଜୀବନରୁ ଏବିଭିପି, ଆରଏସ୍ଏସ୍ ଓ ବିଜେପି ସହ ଜଡ଼ିତ ଥିଲେ । ଏବିଭିପି ସମର୍ଥନରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ୟୁନିୟନ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।୩ ଦଶନ୍ଧିରୁ ଅଧିକ ସମୟ ଧରି ଇସ୍ପାତ କାରଖାନା, କୋଲଇଣ୍ଡିଆ ଏବଂ ନାଲକୋ ଭଳି ବୃହତ ଶିଳ୍ପ ସଂସ୍ଥାର ନିର୍ଦ୍ଦେଶକ ଓ ଅଧ୍ୟକ୍ଷ ଭାବେ ନିଜର ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସିଛନ୍ତି । ଭାରତର ରାଷ୍ଟ୍ରପତିଙ୍କଠାରୁ ମଧ୍ୟ ସେ ପୁରସ୍କୃତ ହୋଇଛନ୍ତି ।