ଦେଶର ପ୍ରଥମ ଅଣ୍ଡରୱାଟର ଟନେଲ ମେଟ୍ରୋର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬/୦୩: ପ୍ରଧାନମନ୍ତ୍ରୀ ମୋଦୀ ଆଜି କୋଲକାତାରେ ଦେଶର ପ୍ରଥମ ଅଣ୍ଡରୱାଟର ଟନେଲ ମେଟ୍ରୋର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଉଦଘାଟନ କରିବା ସହ ନିଜେ ଯାତ୍ରା କରିଛନ୍ତି । ମୋଦୀ ଏହି ମେଟ୍ରୋରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଯାତ୍ରା କରିଛନ୍ତି । ଏହି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ମାତ୍ର ୪୫ ସେକେଣ୍ଡେରେ ହୁଗଲି ନଦୀ ତଳେ ୫୨୦ ମିଟର ଦୂରତା ଅତିକ୍ରମ କରିପାରିବ । ଅଣ୍ଡରୱାଟର ମେଟ୍ରୋରେ ମୋଦୀ ଛାତ୍ରଛାତ୍ରୀଙ୍କ ସହ ଯାତ୍ରା କରିବା ସମୟରେ ସେମାନଙ୍କ ସହ ଆଲୋଚନା କରିଥିଲେ । ଏହି ମେଟ୍ରୋରେ ଯାତ୍ରା କରିବାର ସେମାନଙ୍କ ଅନୁଭୂତି ସାଉଁଟିଥିଲେ । ପାଣି ଭିତରେ ଯାତ୍ରା କରିବା ବାସ୍ତବରେ ଏକ ନିଆରା ଅନୁଭୂତି ବୋଲି କହିଥିଲେ ଛାତ୍ରଛାତ୍ରୀ ।