Facebook Down: ଖୋଲୁନି ଫେସବୁକ ଆକାଉଣ୍ଟ, ଆପେ ଆପେ ହୋଇଗଲା ଲଗାଉଟ

ଭୁବନେଶ୍ୱର,୦୫/୦୩: ସୋସିଆଲ ମିଡିଆରେ ଲୋକପ୍ରିୟ ପ୍ଲାଟଫର୍ମ ଫେସବୁକ ଡାଉନ। ଖୋଲୁନି ଫେସବୁକ ଆକାଉଣ୍ଟ, ଆପେ ଆପେ ହୋଇଗଲା ଲଗାଉଟ । ଫେସବୁକ୍ ସର୍ଭର ଡାଉନ୍ ହୋଇଛି । ଆଜି ରାତି ପ୍ରାୟ ୯ଟା ସମୟରେ ଅନେକ ଲୋକଙ୍କ ମୋବାଇଲରେ ଏହି ଅସୁବିଧା ଦେଖିବାକୁ ମିଳିଛି । ତେବେ ମିଳିଥିବା ସୂଚନା ମୁତାବକ, ଫେସବୁକ୍ ସର୍ଭର ଡାଉନ୍ ଥିବା ହେତୁ, ଏଭଳି ସମସ୍ୟା ଉପୁଜିଛି । ତେବେ ମେଟା ତରଫରୁ ଏ ସମ୍ପର୍କରେ କୌଣସି ବି ବିଧିବଦ୍ଧ ସୂଚନା ଦିଆଯାଇନି। ଏବଂ କେବେ ଏହି ସମସ୍ୟାର ସମାଧାନ ହେବ, ସେନେଇ ମଧ୍ୟ କୌଣସି ସୂଚନା ଦିଆଯାଇନି । ତେବେ କିନ୍ତୁ ତୁରନ୍ତ ଏହି ସମସ୍ୟାର ସମାଧାନ ହେଇଯିବ ବୋଲି ସାଇବର୍ ଏକ୍ସପର୍ଟମାନେ ଅନୁମାନ କରୁଛନ୍ତି । ସେହିପରି ଇନଷ୍ଟାଗ୍ରାମରେ ସମାନ ସମସ୍ୟା ଉପୁଜିଥିବା ସୂଚନା ରହିଛି।