ରାତି ୧୦ଟାରେ ଉଠିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୫/୦୩: ଆସନ୍ତା ଶୁକ୍ରବାର ମହାଶିବରାତ୍ରି।ଚଳିତବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟାରେ ଉଠିବ । ଏହାସହ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ କମିଶନରେଟ ପୋଲିସ୍ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଏନେଇ ଏକ ପ୍ରସ୍ତୁତି ବୈଠକ ବସି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏହି ବୈଠକରେ ଲିଙ୍ଗରାଜ ମନ୍ଦିରର ସବୁ ସେବାୟତ ନିଯୋଗର ମୁଖ୍ୟଙ୍କ ସହ ଆଲୋଚନା କରାଯାଇଥିଲା । ଜାଗରରେ କିଭଳି ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିବେ, ସେଥିପାଇଁ ସିଂହଦ୍ୱାର ଦେଇ ଭକ୍ତଙ୍କୁ ଅନୁମତି ମିଳିବ । ଭିଆଇପି ମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହେବ । ଉତ୍ତର ଦ୍ୱାର ଦେଇ ସେବାୟତଙ୍କ ପରିବାର ଲୋକଙ୍କୁ ଅନୁମତି ମିଳିବ । ଦକ୍ଷିଣ ଦ୍ୱାର ଦେଇ କେବଳ ପ୍ରସ୍ଥାନ ବ୍ୟବସ୍ଥା ରହିବ । ବିଏମସି ପକ୍ଷରୁ ପାର୍କିଂ, ପାନୀୟ ଜଳ ଓ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ୍ ମୁତୟନ ହେବେ । ଏହାସହ ଚୋରି ଓ ଛିନତାଇ ରୋକିବାକୁ ସିସିଟିଭି ବ୍ୟବସ୍ଥା ରହିବ ।