ମାର୍ଚ୍ଚ ୧୨ ତାରିଖ ପରେ ଇଡିର ଜେରା ପାଇଁ ପ୍ରସ୍ତୁତ ବୋଲି କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ, ୦୪/୦୩: ଦିଲ୍ଲୀ ଅବକାରୀ ଦୁୁର୍ନୀତି ମାମଲାରେ ଇଡିର ୮ମ ସମନ ଉପରେ ଜବାବ ରଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମାର୍ଚ୍ଚ ୧୨ ତାରିଖ ପରେ ଇଡିର ଜେରା ପାଇଁ ସେ ପ୍ରସ୍ତୁତ ବୋଲି କେଜ୍ରିୱାଲ ଜବାବରେ କହିଛନ୍ତି । ଆମ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ କେଜ୍ରିୱାଲ ଜେରାର ସମ୍ମୁଖୀନ ହେବେ ଓ ଭିଡିଓ କନଫେରେନ୍ସରେ ଉପସ୍ଥିତ ରହିବେ ।ଫେବ୍ରୁଆରୀ ୨୭ରେ ଇଡି ୮ମଥର ପାଇଁ କେଜ୍ରିୱାଲଙ୍କୁ ସମନ ପଠାଇ ମାର୍ଚ୍ଚ ୪ରେ ହାଜର ହେବାକୁ କହିଥିଲା  । ତେବେ ମାମଲା କୋର୍ଟରେ ଚାଲିଛି । ଶୁଣାଣୀ ପରେ ହାଜର ହେବେ ବୋଲି କେଜ୍ରିୱାଲ କହିଥିଲେ ।